ଟ୍ରକ ଏବଂ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ୬ ମୃତ

ଲକ୍ଷ୍ନୌ,ଏଜେନ୍ସି: ଉତ୍ତରପ୍ରଦେଶ ଯୌନପୁର ଜିଲ୍ଲା ଜଲାଲପୁର ପୁଲିସ ଷ୍ଟେସନ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଏବଂ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପିକଅପ୍ ଭ୍ୟାନରେ ଥିବା ସମସ୍ତ ବ୍ୟକ୍ତି ବାରାଣାସୀରୁ ଅନ୍ତିମ ସଂସ୍କାର କରି ଯୌନପୁର ନିଜ ଘରକୁ ଯାଉଥିବା ବାଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟ ଜଣଙ୍କୁ ହସ୍ପିଟାଲ ନେଉଥିବା ବେଳେ ବାଟରେ ହିିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଅତିରିକ୍ତ ପୁଲିସ ଅଧୀକ୍ଷକ ସଞ୍ଜୟ କୁମାର ସୂଚନା ଦେଇଛନ୍ତି। ପୁଲିସ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।