ଯୁବକଙ୍କୁ ଆକର୍ଷଣ କରୁଛି ଜୁମ୍ବା ଡ୍ୟାନସ ଫିଟନେସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯୁବ ପିଢିଙ୍କୁ ଏବେ ଆକର୍ଷଣ କରୁଛି ଜୁମ୍ବା ଡାନ୍ସ ଫିଟନେସ୍। ୟୁରୋପିଆନ୍ ଦେଶ ଓ ଆମେରିକାରେ ଲୋକପ୍ରିୟତା ହାସଲ କରିଥିବା ଜୁମ୍ବା ଡାନ୍ସ ଭାରତକୁ ଦୁଇବର୍ଷ ହେଲା ଆସିଛି। ଏହାର ଲୋକପ୍ରିୟତା ବଢୁଥିବା ମଧ୍ୟ ଦେଖାଦେଉଛି। ଅନ୍ତର୍ଜାତୀୟ ଲାଇସେନସପ୍ରାପ୍ତ ସ୍ୱତନ୍ତ୍ର ପ୍ରଶିକ୍ଷକ ଏବେ ରାଜଧାନୀର ନୟାପଲ୍ଲୀ ବେହେରା ସାହି ପ୍ରଜାପତି ରିସୋର୍ଟ ନିକଟରେ ଓ ଝାଡ଼ପଡା ଜଗନ୍ନାଥ ନଗର ଓ ସୌଭାଗ୍ୟନଗରଠାରେ ପ୍ରଶିକ୍ଷଣ ଦେଉଛନ୍ତି। ଗୁରୁବାର ଏହି ପରିପ୍ରେକ୍ଷିରେ ଜୁମ୍ବା ଡ୍ୟନସ ଫିଟନେସ୍ ପ୍ରଶିକ୍ଷଣ ଶୋ କରାଯାଇଥିଲା। ଏଥିରେ ଅତିଥିି ଭାବେ ଛତଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସ୍ୱତନ୍ତ୍ର ଜୁମ୍ବା ପ୍ରଶିକ୍ଷକ ଦେବରନ ବୋଷ, ଅତିଥି ଭାବେ ସର୍ବଭାରତୀୟ ବଡିବିଲ୍ଡିଂର ଚମ୍ପିୟାନ ମିସ୍ ଇଣ୍ଡିଆ ହୋଇଥିବା ଜିନ୍ ଗାର୍ଗି ନାୟକ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହାକୁ ଜିନ ଅଶୁଂପୂର୍ଣ୍ଣା ଦାସ ଓ ଜିନ୍ ଆଶୁତୋଷ ପ୍ରଧାନ ପରିଚାନ।। କରିଥିବା ବେଳେ ସରୋଜ କୁମାର ଦାସ ସଂଯୋଜନା କରିଥିଲେ।