କୁହୁଡ଼ି ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ପ୍ରୟାଗରାଜ,ଏଜେନ୍ସି: ଘନ କୁହୁଡ଼ି ଚାଦରରେ ସବୁ କିଛି ଅନ୍ଧକାର ହୋଇଯାଇଛି। ଆଜି ଦେଶର ଅନେକ ସ୍ଥାନରେ ଘନ କୁହୁଡ଼ିର ଚାଦର ବିଛାଇ ହୋଇ ପଡ଼ିଥିବାବେଳେ ଏଭଳି କିଛି ଦୃଶ୍ୟ ଉତ୍ତର ପ୍ରଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଫଳରେ ଗାଡ଼ି ଚଳାଚଳ ବ୍ୟାପକ ପ୍ରଭାବିତ ହୋଇଥିବା ବେଳେ ଟ୍ରେନ ଚଳାଚଳରେ ମଧ୍ୟ ବାଧା ଉପୁଜୁଛି। ପୂର୍ବ ନିର୍ଦ୍ଧାରିତ ସମୟରୁ ବିଳମ୍ବରେ ପହଞ୍ଚୁଛି ଟ୍ରେନ।

ଏ ନେଇ ଯାତ୍ରୀମାନେ ଦୀର୍ଘ ସମୟ ଧରି ରେଳ ଷ୍ଟେସନରେ ଅପେକ୍ଷା କରି ରହୁଛନ୍ତି। ସେହିପରି ଘନ କୁହୁଡ଼ି ଚାଦରରେ ସାରା ସହର ଆଚ୍ଛାଦିତ ହୋଇ ରହିଥିବା ବେଳେ ରେଳ ବିଭାଗ ପକ୍ଷରୁ ଟ୍ରେନକୁ ଧିରେ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି।