୨୭୫ ନୁହେଁ ମୃତ୍ୟୁସଂଖ୍ୟା ୨୮୮

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୭୫ ନୁହେଁ ୨୮୮ । ସମସ୍ତ ପ୍ରକାର ଯାଞ୍ଚ ଓ ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ପରେ ମୋଟ ମୃତ୍ୟୁସଂଖ୍ୟା ୨୮୮ ହୋଇଥିବା ଘୋଷଣା କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି । ମୋଟ ୨୮୮ରୁ ୨୦୫ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ୮୩ଟି ମୃତଦେହ ରହିଥିବାବେଳେ ସେସବୁର ଡିଏନଏ ସାମ୍ପଲ ରଖାଯାଇଛି । ସେସବୁ ମୃତଦେହର ଦାବିଦାରଙ୍କ ସହ ଡିଏନଏ ମ୍ୟାଚ ହେଲେ ହସ୍ତାନ୍ତର କରାଯିବ ।

ଭୁବନେଶ୍ୱରକୁ ମୋଟ ୧୯୩ଟି ମୃତଦେହ ଆସିଥିଲା । ସେଥିରୁ ୧୧୦ଟି ଚିହ୍ନଟ କରାଯାଇଛି । ବାଲେଶ୍ୱରରେ ୯୪ଟି ମୃତଦେହ ପରିବାର ଲୋକଙ୍କୁ ଦିଆଯାଇଥିଲା । ଭଦ୍ରକ ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶବ ପରିବାରକୁ ଦିଆଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି ।