‘ଆଦିପୁରୁଷ’ ରିଲିଜ ପୂର୍ବରୁ ତିରୁପତି ବାଲାଜୀ ମନ୍ଦିର ପହଞ୍ଚିଲେ ପ୍ରଭାସ

ଆନ୍ଧ୍ରପ୍ରଦେଶ: ସାଉଥ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ ଜୁନ୍ ୧୬ ତାରିଖରେ ରିଲିଜ ହେବ । ଫିଲ୍ମ ରିଲିଜ ହେବା ପୂର୍ବରୁ ପ୍ରଭାସ ତିରୁପତି ବାଲାଜୀ ମନ୍ଦିର ଦର୍ଶନ କରିବାକୁ ପହଞ୍ଚିଛନ୍ତି । ପ୍ରଭାସ ତାଙ୍କ ଟିମ୍ ସହ ତିରୁପତିରେ ଭଗବାନ ଭେଙ୍କଟେଶଙ୍କ ଦର୍ଶନ କରିବା ସହ ସୁପ୍ରଭା ସେବାରେ ମଧ୍ୟ ଭାଗ ନେଇଥିଲେ ।

‘ଆଦିପୁରୁଷ’ର ଆକ୍ସନରେ ପରିପୂର୍ଣ୍ଣ ଟ୍ରେଲର ଆଜି ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ୟୁନିଭର୍ସିଟି ଷ୍ଟାଡିୟମରେ ରିଲିଜ ହେବ । ଏହି ଟ୍ରେଲର ଲଞ୍ଚରେ ପ୍ରଭାସ, ଅଭିନେତ୍ରୀ କୃତି ସେନନ ଓ ନିର୍ଦ୍ଦେଶକ ଓମ ରାଓତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ୟୁଟ୍ୟୁବ, ଇନଷ୍ଟାଗ୍ରାମ ଓ ଫେସବୁକରେ ସିଧାପ୍ରସାରଣ କରାଯିବ ।