ଟ୍ରେନ ଟ୍ରାଜେଡି ନେଇ ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ସିବିଆଇ ମାମଲା ରୁଜୁ କରିଛି । ରେଳ ମନ୍ତ୍ରଣାଳୟ ଆବେଦନରେ ତଦନ୍ତ ପାଇଁ ମାମଲା ରୁଜୁ ହୋଇଛି । ପୂର୍ବରୁ ମାମଲା ରୁଜୁ କରିଥିବା ଜିଆରପିଠାରୁ ସିବିଆଇ ତଦନ୍ତ ଭାର ଗ୍ରହଣ କରିଛି ।

ସୂଚନାଯୋଗ୍ୟ, ଉକ୍ତ ଘଟଣାକୁ ନେଇ ବାଲେଶ୍ୱର ଜିଆରପି ଥାନାରେ ମାମଲା ରୁଜୁ ହୋଇଥିଲା । ଦୁର୍ଘଟଣାକୁ ନେଇ ନିଜ ପକ୍ଷରୁ ଜିଆରପି ମାମଲା ରୁଜୁ କରିଥିଲା ।