ଆସନ୍ତାକାଲି ଠାରୁ ଟ୍ରାଫିକ୍ ଯାଞ୍ଚ ହେବ କଡ଼ାକଡ଼ି

ଭୁବନେଶ୍ୱର, ଏନ୍ଏନ୍ଏସ୍: ନୂଆବର୍ଷରୁ ରାଜ୍ୟରେ ଡବଲ୍ ହେଲମେଟ୍ ନିୟମ କଡ଼ାକଡ଼ି ହେବ। ଏନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି, ବାଇକ୍ ପଛରେ ବସୁଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଜରୁରୀ। ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିନଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନୂଆବର୍ଷରୁ ଯଦି କୌଣସି ବାଇକ ଚାଳକଙ୍କ ହେଲମେଟ ନଥାଏ ତେବେ ଚେକିଂ ସମୟରେ ଗାଡିର ଅନ୍ୟ ସବୁ କାଗଜପତ୍ରକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଗାଡ଼ିରେ ଦୁଇଜଣ ହେଲମେଟ ପିନ୍ଧିବା ନେଇ ୨୦୧୯ରେ ଆଇନ ପାସ ହୋଇଥିଲା । କିନ୍ତୁ କୋରୋନା ପାଇଁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା । ଏବେ ଲୋକ ଏନେଇ ସଚେତନ ହୋଇଛନ୍ତି । ତେଣୁ ଦୁଇ ଜଣ ହେଲମେଟ ପିନ୍ଧିବା ନିୟମ କଡାକଡି କାର୍ଯ୍ୟକାରୀ ହେବ ।