ଖସୁଛି ପାରଦ, ପୁଣି ଥରାଇବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ରାଜ୍ୟରେ ଜାଡ଼ ପରିମାଣ ସମାନ୍ତରାଳ ରହିଛି। ଆଗକୁ ଥଣ୍ଡା ସାମାନ୍ୟ ବୃଦ୍ଧିପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇବା ସହ ଉପକୂଳ ଜିଲ୍ଲାଗୁଡ଼ିକରେ ୨ରୁ ୩ ଡିଗ୍ରୀ ପାରଦ ଖସିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବାବେଳେ ଶୁକ୍ରବାରରୁ ଶୀତର ପରିମାଣ ସାମାନ୍ୟ ବୃଦ୍ଧିପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷେ ଗୁରୁବାର ସମଗ୍ର ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧିପାଇଛି। ସମସ୍ତ ସହରରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଥିବାବେଳେ ୭ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ତାପମାତ୍ରା ୯.୫ ଡିଗ୍ରୀ ରହିବା ସହ ଦ୍ୱିତୀୟ ଥଣ୍ଡା ସହର ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟରୁ ପ୍ରକାଶ ପାଇଛି। ଏହାବ୍ୟତୀତ ଅନ୍ୟ ସମସ୍ତ ସହରରେ ତାପମାତ୍ରା ୧୦ ଡିଗ୍ରୀ ଅଥବା ତାଠୁ ଊଦ୍ଧ୍ୱର୍ରେ ରହିଛି। ଶୁକ୍ରବାର ସକାଳୁ ରାଜ୍ୟର ୧୪ ଜିଲ୍ଲାରେ କୁହୁଡ଼ି ଦେଖାଦେବ।