ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଆରକେପୁରମ୍ରେ କଥିତ ରୂପେ ବିଷାକ୍ତ ଗ୍ୟାସ ନିର୍ଗତ ହେବା କାରଣରୁ ଅନେକ ଲୋକ ଅଚେତ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଏଠାରେ ଲୋକଙ୍କ ଆଖି ପୋଡ଼ିବା ଓ ଶ୍ୱାସକ୍ରିୟାରେ ଅସୁବିଧା ନେଇ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ଅନେକ ଲୋକ ଅଚେତ ହୋଇପଡ଼ିଛନ୍ତି। ମାତ୍ର ଏବାବଦରେ କୌଣସି ଅଧିକାରୀ କିଛି କହିନାହାନ୍ତି।
ଏହି ଘଟଣା ବୁଧବାର ରାତି ୯ଟାରେ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏକତା ବିହାର ନିକଟରେ ଥିବା ସିଆରପିଏଫ ଶିବିର ଅଥବା ଏନଏସ୍ଜି ଶିବିରରୁ ବିଷାକ୍ତ ଗ୍ୟାସ ଛଡ଼ାଯାଇଥିଲା। ଏହା ପରେ ଲୋକେ ଭୟଭୀତ ହୋଇଯାଇଥିଲେ। ଲୋକଙ୍କର ଆଖି ପୋଡ଼ିଥିଲା ଏବଂ ଶ୍ୱାସକ୍ରିୟାରେ ଅସୁବିଧାର ସାମ୍ନା କରିଥିଲେ। କାହାରିକୁ କିଛି ଜଣା ନଥିଲା ଯେ, କ’ଣ ହେଉଛି। ତେବେ ରାତିରେ ପୁଣି ଅବସ୍ଥା ସ୍ବାଭାବିକ ହୋଇଥିଲା।