ଆଜି ମକର ସଂକ୍ରାନ୍ତି: କୋଭିଡ କଟକଣା ସହ ଗଙ୍ଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ,ଏଜେନ୍ସି: ମକର ସଂକ୍ରାନ୍ତି ଅବସରରେ ଗଙ୍ଗାନଦୀର ବାରଣାସୀ ଓ ପ୍ରୟାଗରାଜ ଘାଟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଆଜି ସକାଳୁ ଶ୍ରଦ୍ଧାଳୁମାନେ ଗଙ୍ଗାନଦୀରେ ବୁଡ଼ ପକାଇଛନ୍ତି। ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ମେଳା ଭାବେ ମକର ସଂକ୍ରାନ୍ତି ଉତ୍ସବ ପ୍ରତିବର୍ଷ ଉତ୍ତରପ୍ରଦେଶର ସଂଗମସ୍ଥଳ ପ୍ରୟାଗରାଜ ଠାରେ ଆୟୋଜନ ହୋଇଥାଏ। କିନ୍ତୁ ଚଳିତ ବର୍ଷର ପରିସ୍ଥିତି ଭିନ୍ନ। କରୋନା କଟକଣା ଯୋଗୁଁ ମେଳା ଉପରେ କଟକଣା ଲଗାଯାଇଛି। ଲୋକଙ୍କ ମଧ୍ୟରେ ଭୂତାଣୁ ନ ବ୍ୟାପିବା ପାଇଁ ତଥା ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଗାଇଡଲାଇନ ଜାରି କରାଯାଇଛି।

ପ୍ରୟାଗରାଜର ୬୪୦ ହେକ୍ଟରରେ ୧୬ଟି ପ୍ରବେଶ ପଥ କରାଯାଇଛି। ଏହି ସବୁ ସ୍ଥାନ ଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସାମାଜିକ ଦୂରତାକୁ ରକ୍ଷା କରି ଶ୍ରଦ୍ଧାଳୁଙ୍କୁ ଗଙ୍ଗାନଦୀକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ଏଥି ସହିତ ସମଗ୍ର ଦକ୍ଷିଣ ଭାରତ ସହ ପୂରା ଦେଶରେ କରୋନା କଟକଣାକୁ ଦୃଷ୍ଟିରେ ରଖି ମେଳା ଓ ଯାତ୍ରାକୁ ବାତିଲ କରି ଦିଆଯାଇଛି।