Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶିଶୁଙ୍କ ଉଦ୍ଦେଶ୍ୟରେ ଚାଚାଙ୍କ ଜନ୍ମଦିନ, ସ୍ୱାଧୀନତା ସଂଗ୍ରାମୀରୁ ଦେଶର ପ୍ରଧାନମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶିଶୁଙ୍କ ଉଦ୍ଦେଶ୍ୟରେ ଚାଚାଙ୍କ ଜନ୍ମଦିନ, ସ୍ୱାଧୀନତା ସଂଗ୍ରାମୀରୁ ଦେଶର ପ୍ରଧାନମନ୍ତ୍ରୀ

ବ୍ୟୁରୋ: ଆଜି ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ। ଲୋକେ ଆଜିର ଦିନକୁ ବିଶେଷ ଭାବେ ଶିଶୁ ଦିବସ ଭାବେ ଜାଣିଥାନ୍ତି। କାରଣ ପଣ୍ଡିତ ଜବାହରଲାଲ ନେହେରୁ ବା ଚାଚା ନେହେରୁ ତାଙ୍କ ଜନ୍ମଦିନକୁ ଶିଶୁମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ଦେଶର ଉନ୍ନତି, ପ୍ରଗତି ଦିଗରେ ଶିଶୁମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଚାଚା ମତ ରଖିଥିଲେ।

ଆଜିର ଶିଶୁ, ଆସନ୍ତାକାଲିର ଭବିଷ୍ୟତ। ତେଣୁ ବର୍ତ୍ତମାନରୁ ଶିଶୁଙ୍କ ପ୍ରତି ଦାୟିତ୍ବବାନ ହେବାକୁ ଚାଚା ସନ୍ଦେଶ ଦେଇଥିଲେ। ସେବେଠାରୁ ଚାଚା ନେହେରୁଙ୍କ ଜନ୍ମଦିନକୁ ସାରା ଦେଶରେ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ବିଶେଷ କରି ଦେଶବ୍ୟାପୀ ପ୍ରତିଟି ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳନ କରାଯାଏ। ଇତିହାସକୁ ମନେପକାଇ ସୁସମାଜ ଗଠନ ପାଇଁ ଶିଶୁଙ୍କୁ ଦାୟିତ୍ବବାନ ହେବା ଶିଖାଏ ଏହି ଦିବସ। ସେହିପରି ଏକ ସୁସ୍ଥ ସମାଜ ପାଇଁ ମଧ୍ୟ ବର୍ତ୍ତମାନଠୁ ଶିଶୁଙ୍କ ସୁରକ୍ଷା ମୂଳ ବୋଲି ବଡମାନଙ୍କୁ ସନ୍ଦେଶ ଦିଏ ଏହି ଦିନ।

୧୮୮୯ ମସିହା ନଭେମ୍ବର ୧୪ରେ ଉତ୍ତର ପ୍ରଦେଶ ଆହ୍ଲାବାଦ ସହରର ଏକ କାଶ୍ମୀର ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ଜବାହରଲାଲ ନେହେରୁ। ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତା ସ୍ବରୂପରାଣୀ। ସେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଖିଲେ। ଅଗଷ୍ଟ ୧୫ ୧୯୪୭ ରୁ ମେ’ ୧୯୬୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ବାପା ମୋତିଲାଲ ନେହେରୁ ତାଙ୍କ ପଢା ପାଇଁ ଘରେ ଏକାଧିକ ଦେଶୀ-ବିଦେଶୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୟୁରୋପୀୟ ଶିକ୍ଷକ ଟି ବ୍ରୁକ୍ସ। ତାଙ୍କ ଠାରୁ ନେହେରୁ ଗଭୀର ଭାବେ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ପ୍ରେରଣାରେ ଦର୍ଶନ, ବିଜ୍ଞାନ, ଇତିହାସ ଓ ସାହିତ୍ୟ ଆଦିରେ ମନଦେଇଥିଲେ।

ପରେ ସେ ଲଣ୍ଡନର ହାରୋ ବିଦ୍ୟାଳୟ ଏବଂ କେମ୍ବ୍ରିଜର ଟ୍ରିନିଟି ମହାବିଦ୍ୟାଳୟରେ ପଢିଥିଲେ। ନେହେରୁ ଲଣ୍ଡନରେ ଆଇନ ପାଠ ମଧ୍ୟ ପଢିଥିଲେ। ସମୟକ୍ରମେ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ପରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ପଣ୍ଡିତ ଜବାହରଲାଲ ନେହେରୁ। ସେ କାଶ୍ମୀର ପଣ୍ଡିତ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ପଣ୍ଡିତ-ପଣ୍ଡିତ ବୋଲାଯାଏ।

ତେବେ ଚାଚା ମଧ୍ୟ ବହୁ ପ୍ରେରଣାଦାୟୀ ପୁସ୍ତକ ଲେଖିଛନ୍ତି। ତାଙ୍କ ଦ୍ବାରା ରଚିତ ପୁସ୍ତକ ହେଉଛି ‘ଦି ଡିସକଭରୀ ଅଫ୍ ଇଣ୍ଡିଆ’, ‘ଗ୍ଲିମ୍ପସେସ୍ ଅଫ୍ ୱାର୍ଲ୍ଡ ହିଷ୍ଟ୍ରୀ’, ‘ଲେଟର୍ସ ଫ୍ରମ୍ ଏ ଫାଦର ଟୁ ହିଜ୍ ଡଟର’ ଏବଂ ତାଙ୍କ ଆତ୍ମଜୀବନୀ ‘ଟୁୱାର୍ଡସ ଫ୍ରୀଡମ୍’ ଇତ୍ୟାଦି। ୨୭ ମେ’ ୧୯୬୪ ରେ ପଣ୍ଡିତ ନେହେରୁଙ୍କର ହୃଦଘାତରେ ଦେହାନ୍ତ ଘଟିଥିଲା। ତେବେ ଏ ମର୍ତ୍ତ୍ୟ ମଣ୍ଡଳରେ ଦେବେତାଙ୍କୁ ବି ଦେହତ୍ୟାଗ କରିବାକୁ ପଡିଛି। କିନ୍ତୁ କିମ୍ବଦନ୍ତୀ ପୁରୁଷ ତାଙ୍କ କୀର୍ତ୍ତିରାଜି ମାଧ୍ୟମରେ ସର୍ବଦା ମନେ ରହିବେ। ପୃଥିବୀ ଥିବା ପର୍ଯ୍ୟନ୍ତ ଚାଚାଙ୍କୁ ଶିଶୁ ଦିବସରେ ମନେ ପକାଇବ ଦେଶ।

ଟ୍ବିଟ କରି ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା ସହିତ ଶିଶୁ ଦିବସ ଉପଲକ୍ଷେ ଦେଶର ଭବିଷ୍ୟତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।