ଆଜି ସୁସ୍ଥହେଲେ ୧୨୯୭: ପଢନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୯୯୧୫୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୨ ଜଣ ୧୪୨ଜଣ ସୁସ୍ଥ ହୋଇଥିବାବେଳେ ମୟୂରଞ୍ଜରୁ ୧୩୩, କଟକରୁ ୧୧୧, ବାଲେଶ୍ୱରରୁ ୧୦୦, ଅନୁଗୁଳରୁ ୭୬, ସୁନ୍ଦରଗଡରୁ ୭୪, ଜଗତସିଂହପୁରରୁ ୬୭, କେନ୍ଦ୍ରାପଡାରୁ ୬୨, ପୁରୀରୁ ୫୨, ବଲାଙ୍ଗିରରୁ ୪୩, ବରଗଡରୁ ୪୦, କଳାହାଣ୍ଡିରୁ ୩୭, ସମ୍ବଲପୁରରୁ ୩୬, କେନ୍ଦୁଝରରୁ ୩୪, ଭଦ୍ରକରୁ ୩୨, ନୂଆପଡାରୁ ୩୨, ଯାଜପୁରରୁ ୩୦, ନବରଙ୍ଗପୁରରୁ ୩୦, ଢେଙ୍କାନାଳରୁ ୨୦, କନ୍ଧମାଳରୁ ୧୮, କୋରାପୁଟରୁ ୧୮, ନୟାଗଡରୁ ୧୫, ଗଞ୍ଜାମରୁ ୧୪, ଝାରସୁଗୁଡାରୁ ୧୪, ମାଲକାନଗିରିରୁ ୧୦, ବୌଦ୍ଧରୁ ୭, ଗଜପତିରୁ ୭, ସୋନପୁରରୁ ୫, ଦେବଗଡରୁ ୪, ରାୟଗଡାରୁ ୪ ଏବଂ ଷ୍ଟଟପୁଲରୁ ୩୦ ଜଣ ସୁସ୍ଥ ହୋଇଛନ୍ତି।