ଗୁଟଖା ବିଜ୍ଞାପନ ପାଇଁ ଅଡ଼ୁଆରେ ବଲିଉଡ ତାରକା

ମୁମ୍ବାଇ: ବଲିଉଡର ସୁପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ, ଅଜୟ ଦେବଗନ, ଶାହରୁଖ ଖାନ୍ ଓ ରଣବୀର ସିଂହଙ୍କ ବିରୋଧରେ ମାମଲା ଦାୟର ହୋଇଛି । ଗୁଟଖା ବିଜ୍ଞାପନକୁ ନେଇ ବିହାରର ମୁଜାଫରପୁରରେ ରହୁଥିବା ସାମାଜିକ କାର୍ଯ୍ୟକର୍ତ୍ତା ତମନ୍ନା ହାଶମୀ ଉପରୋକ୍ତ ୪ ଅଭିନେତାଙ୍କ ନାଁରେ ମାମଲା ଦାୟର କରିଥିବା ଜଣାପଡ଼ିଛି ।

ଅଭିନେତାଙ୍କ ବିରୋଧରେ ଧାରା ୪୬୭, ୪୬୮, ୪୩୯ ଓ ୧୨୦ବି ଅନ୍ତର୍ଗତ ମାମଲା ଦାୟର ହୋଇଛି । ଚାର୍ଜସିଟରେ ଟଙ୍କା ଲୋଭରେ ନିଜର ପରିଚୟକୁ ଉପଯୋଗ କରିଥିବା ନେଇ ମଧ୍ୟ ଏହି ୪ ଅଭିନେତାଙ୍କ ନାଁରେ ମାମଲା ଦାୟର କରାଯାଇଛି । ଉକ୍ତ ମାମଲାର ଶୁଣାଣି ମେ’ ୨୭ରେ ହେବ ବୋଲି ଜଣାପଡ଼ିଛି ।