ଭାରତରେ ଏପର୍ଯ୍ୟନ୍ତ ୨୦୮୮ ମାମଲା, ସୁସ୍ଥ ହୋଇ ଘରକୁ ଗଲେ ୧୫୬

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ପଜିଟିଭ ମାମଲା ମୋଟ ୨୦୮୮ରେ ପହଞ୍ଚିଛି। ଏଥିରେ ୧୮୬୦ଟି ସକ୍ରିୟ ଥିବା ବେଳେ ୧୫୬ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏପର୍ଯ୍ୟନ୍ତ ୫୬ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ଦେଶରେ ସର୍ବାଧିକ ମୃତ୍ୟୁ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଏଠାରେ ସର୍ବାଧିକ ୩୩୫ଟି ମାମଲା ସାମ୍ନାକୁ ଆସିଛି।

ଏହା ପରେ କେରଳରେ କରୋନାରେ ୨୬୫ ଜଣ ଲୋକ ସଂକ୍ରମିତ ହୋଇଛିନ୍ତି। ତାମିଲନାଡୁରେ ୨୩୪ ଜଣ ଓ ଦିଲ୍ଲୀରେ ୨୧୯ ଜଣ। କର୍ଣ୍ଣାଟକରେ ୧୧୦, ଉତ୍ତର ପ୍ରଦେଶରେ ୧୧୩ ଜଣ, ତେଲେଙ୍ଗାନାରେ ୧୦୭ ଜଣ, ରାଜସ୍ଥାନରେ ୧୦୮ ଜଣ, ମଧ୍ୟପ୍ରଦେଶରେ ୯୯ ଜଣ, ଗୁଜୁରାଟରେ ୮୭ ଜଣ, ଆନ୍ଧ୍ରପ୍ରଦେଶରେ ୮୬ ଜଣ, ଜମ୍ମୁ ଓ କଶ୍ମୀରରେ ୬୨ ଜଣ, ପଂଜାବରେ ୪୬ ଜଣ, ହରିୟାଣାରେ ୫୭ ଜଣ, ପଶ୍ଚିମବଙ୍ଗରେ ୫୩ ଜଣ, ବିହାରରେ ୨୪ ଜଣ, ଚଣ୍ଡିଗଡ଼ରେ ୧୬ ଜଣ ଲଦାଖରେ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ଆସାମ, ଗୋଆ ଓ ଓଡ଼ିଶାରେ ୫-୫ ଜଣ, ଛତିଶଗଡ଼ରେ ୯ ଜଣ, ହିମାଚଳ ପ୍ରଦେଶ ଓ ପୁଡୁଚେରୀରେ ୩-୩ ଜଣ, ଝାଡ଼ଖଣ୍ଡ, ମଣିପୁର, ମିଜୋରାମରେ ଜଣେ ଲେଖାଏଁ ଓ ଉତ୍ତରାଖଣ୍ଡରେ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।