ଟିକଟକ୍‌, ୱିଚାଟକୁ ନିଷିଦ୍ଧ କଲା ଆମେରିକା

ୱାଶିଂଟନ,ଏଜେନ୍ସି: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାର ଟିକଟକ୍ ଏବଂ ୱିଚାଟ ଉପରେ ନିଷେଧାଦେଶ ଜାରି କରିଛନ୍ତି। ଏହି ପ୍ରତିବନ୍ଧକ ଗୁଡିକ ଆସନ୍ତା ୪୫ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ। ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଆବଶ୍ୟକ ଥିଲା। ଟ୍ରମ୍ପଙ୍କ ଏପରି ପଦକ୍ଷେପ ଚୀନକୁ ଏକ ଝଟକା ବୋଲି କୁହାଯାଉଛି।

ଟ୍ରମ୍ପଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ଉକ୍ତ ଆପଗୁଡ଼ିକୁ ଆପଲ୍‌ ଆପ୍‌ ଷ୍ଟୋର ଓ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ଟ୍ରମ୍ପ ପୂର୍ବରୁ ମଧ୍ୟ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଥିଲେ।