ଟିକଟକ ହେଲା କାଳ

ରାଜନଗର : ଆଜି କାଲିର ଯୁବପିଢ଼ି ଟିକଟକ ମାୟାରେ ବାୟା । ସମସ୍ତେ ଟିକଟିକ କରିବାକୁ ପସନ୍ଦ କରୁଛନ୍ତି । ଏମିତିକି ମୃତ୍ୟୁ ମୁହଁକୁ ଯିବାକୁ ମଧ୍ୟ ପଛଉ ନାହାନ୍ତି । ଏହାରି ମଧ୍ୟରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ଟିକଟକ କରୁଥିବା ବେଳେ ନଦୀରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଟିକଟକ କରିବାକୁ ନଦୀ ଭିତରକୁ ଯାଇଥିଲେ ସମ୍ପୃକ୍ତ ଯୁବକ । ପଟ୍ଟାମୁଣ୍ଡାଇ ସ୍ଥିତ ବ୍ରାହ୍ମଣୀ ନଦୀ ନାହିଆଡ଼ିଆ କୂଳରେ ଏହି ଅଘଟଣ ଘଟିଛି । ସୂଚନାଯୋଗ୍ୟ, ଟିକଟକ କରିବା ପାଇଁ ୪ ଜଣ ବନ୍ଧୁ ନଦୀ ଭିତରକୁ ଯାଇଥିଲେ । ପରେ ଟିକଟକ ଭିଡ଼ିଓ ସୁଟ କରିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଭାସିଯାଇଥିଲେ । ଅନ୍ୟ ୩ଜଣ ବନ୍ଧୁ ନଦୀ କୂଳକୁ ଆସିଯାଇଥିଲେ। ଘଟଣାସ୍ଥଳରେ ପୁଲିସ ଅଗ୍ନିଶମ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ବୋଲି ସୂଚନା ମିଳିଛି।