ପୁରୀ : ପୁଣି ବଢ଼ିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ସମ୍ଭାବନା। ବଡ଼ ଦାଣ୍ଡରୁ ଉଠା ଦୋକାନୀକୁ ହଟାଇବାକୁ ପୌରସଂସ୍ଥା ପକ୍ଷରୁ ନିର୍ଦ୍ଦେଶ ଯାରି ହୋଇଛି। ଚଳିତ ମାସ ୧୯ ସୁଦ୍ଧା ଉଠାଦୋକାନୀଙ୍କ କ୍ୟାବିନ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡରୁ ଉଠିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଇକ୍ ଯୋଗେ ବଡ଼ଦାଣ୍ଡରୁ ଉଠିଯିବାକୁ ପୌରସଂସ୍ଥ୍ୟ ପକ୍ଷରୁ ଘୋଷଣା କରାଯାଇଛି। ଏ ନେଇ ଉଠା ଦୋକାନୀମାନଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।