ରୁଦ୍ରପ୍ରୟାଗ,ଏଜେନ୍ସି: ଉତ୍ତରାଖଣ୍ଡର କେଦାରନାଥ ଠାରେ ରବିବାର ଭୋରରେ ପର୍ବତ ଉପରୁ ଏକ ପଥର ଖସିବା ଦ୍ୱାରା ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ କେତେକ ନିଖୋଜ ଥିବାବେଳେ ୬ଜଣ ଆହତ ହୋଇଛନ୍ତି।
ସେହିପରି ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୨ଜଣଙ୍କ ପରିଚୟ ମିଳିନଥିବା ଜଣେ ଋଷିକେଶ ବାସୀ ସୁଖଜିତ ଶର୍ମାଙ୍କ ପୁଅ ଲଳିତ ଶର୍ମା ବୋଲି ଜଣାଯାଇଛି। ଜିଲ୍ଲା ମୁଖ୍ୟାଳୟ ରୁଦ୍ରପ୍ରୟାଗ ଠାରୁ ପ୍ରାୟ ୬୦ କିଲୋମିଟର ଦୂର କେଦାରନାଥ ରାସ୍ତାର ଚଣ୍ଡୀକାଧାର ନିକଟରେ ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ପର୍ବତ ଉପରୁ ଖଣ୍ଡେ ବିରାଟ କାୟ ପଥର ରାଜପଥ ଉପରକୁ ଗଡ଼ି ଆସିବାରୁ ଏ ଭଳି ଅଘଟଣ ଘଟିଛି। ପଥରମାଡ଼ ଯୋଗୁଁ ଗୋଟାଏ କାର୍ ୪୦୦ ମିଟର୍ ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଛି।
