ଏଥର ବିଧାନସଭାରେ ଭଭୟ ପ୍ରଶ୍ନକାଳ ଓ ଶୂନ୍ୟକାଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭାରେ ଏଥର ଭଭୟ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ। ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ଦୈନିକ ୨ଟି ଅଧିବେସନରେ ବିଧାନସଭା ଚାଲିବ। ଦିନ ସାଢ଼େ ୧୦ଟାରୁ ୧ଟା ଏବଂ ଅପରାହ୍ନ ୪ଟାରୁ ୬ଟା ଯାଏ ଚାଲିବ। ସ୍ୱତନ୍ତ୍ର କାର୍ଯ୍ୟ ଦିବସରେ ଅଧିବେସନ ସଂଧ୍ୟା ୭ଟା ପର୍ଯ୍ୟନ୍ତ ହେବ। ପୂର୍ବଭଳି ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରଶ୍ନକାଳ ଚାଲିବ। ମୁଲତବି ଆଲୋଚନା ପାଇଁ ଦେଢ଼ ଘଣ୍ଟା ସମୟ ରହିବ। ଦେଢ଼ ଘଣ୍ଟାରୁ ୫୫ ମିନିଟ୍ ବିରୋଧୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ସୂଚନା ମିଳିିଛି।