କୋଭିଡ-୧୯ର ପ୍ରତିଷେଧକ ଟୀକାର ପ୍ରଥମ ମାନବୀୟ ପରୀକ୍ଷଣ କଲା ଆମେରିକା

ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକାର ସିଟଲରେ କୋଭିଡ୍‍-୧୯ର ମଣିଷ ଉପରେ ପ୍ରଥମ ପରୀକ୍ଷଣ ଓ ଏହା ଉପରେ ସମୀକ୍ଷା ଆରମ୍ଭ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କହିଛି, ଏହି ପରୀକ୍ଷା ୪୫ ଜଣ ସୁସ୍ଥ ପ୍ରାପ୍ତ ବୟସ୍କଙ୍କଠାରେ କରାଯିବ । ଏଥିପାଇଁ ୧୮ରୁ ୫୫ ବର୍ଷ ମଧ୍ୟରେ ଇଚ୍ଛୁକ ବ୍ୟକ୍ତିମାନେ ନିଜର ନାମ ଦେଇପାରିବେ । ସୋମବାର ପ୍ରଥମେ ଜଣଙ୍କ ଉପରେ ଏହି ପ୍ରତିଷେଧକ ଟୀକାର ପରୀକ୍ଷା କରାଯାଇଛି। ଏହି ଆଧାରରେ କରୋନା ପ୍ରତିଷେଧକ ଦିଗରେ ସଫଳତା ହାସଲ କରିଛି ବୋଲି ଆମେରିକା ଦାବି କରିଛି । ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସର ଚିକିତ୍ସା ପାଇଁ ପ୍ରତିଷେଧକ ବାହାର କରିଦିଗରେ ସଫଳ ହୋଇଥିବା ଦାବି କରିଛନ୍ତି। ସେ କହିଛନ୍ତି ଏହି ପ୍ରତିଷେଧକ ପ୍ରଥମ ପର୍ୟ୍ୟାୟ ପରୀକ୍ଷା ସରିଛି । ଏତେ ଶୀଘ୍ର କୌଣସି ରୋଗର ପ୍ରତିଷେଧକ ବାହାର କରିବା ଇତିହାସରେ ପ୍ରଥମ । ଏହାଛଡ଼ା କୋଭିଡ -୧୯ରେ ଆକ୍ରାନ୍ତଙ୍କୁ ଭଲ କରିବା ପାଇଁ ଆଣ୍ଟି ଭାଇରାଲ ଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥା ବିକଶିତ କରାଯାଉଛି । ବହୁ ଶୀଘ୍ର ଏହି ରୋଗର ଔଷଧ ମଳିଯିବ ବୋଲି ସେ ଆଶା କରି‌ଛନ୍ତି ।