କରୋନା ସମୟରେ ଗରିବଙ୍କ ଜୀବନକୁ ପରିବର୍ତ୍ତନ କରିଛି ଉଜ୍ଜ୍ୱଳା ଯୋଜନା – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଉଜ୍ଜ୍ୱଳା ଯୋଜନା ଦ୍ୱାରା ଗରିବଙ୍କ ଜୀବନରେ କଣ ପରିବତ୍ତର୍ନ ଆସିଛି, ଏହା କରୋନା ମହାମାରୀ ସମୟରେ ଜଣାପଡିଛି। ଏହି ଯୋଜନାରେ ଦେଶର ୮ କୋଟି ଗରିବ ପରିବାରଙ୍କ ପାଖରେ ଗ୍ୟାସ ପହଞ୍ଚିଥିବାବେଳେ କରୋନା ମହାମାରୀ ସମୟରେ ଦେଶର ଗ୍ୟାସ ଯୋଗାଣକୁ ସୁନିଶ୍ଚିତ କରାଯାଇଛି ବୋଲି ରବିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଦ୍ୱାରା ବିହାରରେ ପେଟ୍ରୋଲିୟମ କ୍ଷେତ୍ରର ତିନୋଟି ମହତ୍ୱକାକ୍ଷୀ ପ୍ରକଳ୍ପର ଲୋକାପର୍ଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ଲାକାର୍ପିତ ହୋଇଯାଇଥିବା ପ୍ରକଳ୍ପ ଗୁଡିକ ହେଲା ପାରାଦୀପ-ହଳଦିଆ-ଦୁର୍ଗାପୁର-ମୁଜାଫରପୁର ପାଇପଲାଇନର ବାଙ୍କା ପର୍ଯ୍ୟନ୍ତ ସଂପ୍ରସାରଣ ଏବଂ ବିହାରର ବାଙ୍କା ଠାରେ ଏଲପିଜି ବଟଲିଂ ପ୍ଲାଣ୍ଟ ଏବଂ ଚମ୍ପାରନରେ ଏଲପିଜି ବଟଲିଂ ପ୍ଲାଣ୍ଟ । ଏହି ଭର୍ଚୁଆଲ ଉଦଘାଟନ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ କହିଛନ୍ତି ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଥିବା ପାରାଦୀପ-ହଳଦିଆ-ଦୁର୍ଗାପୁର- ମୁଜାଫରପୁର ପାଇପଲାଇନର ଦୁର୍ଗାପୁର ବାଙ୍କା ସେକ୍ସନ ଓ ଅନ୍ୟାନ୍ୟ ପ୍ରକଳ୍ପ ‘ମିଶନ ପୂର୍ବୋଦୟରେ ବଡ଼ ପଦକ୍ଷେପ। ସେ କହିଛନ୍ତି ଏହି ପାଇପଲାଇନ ପ୍ରକଳ୍ପର ନିର୍ମାଣ ଏବଂ ସମ୍ପ୍ରସାରଣ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ସେହିପରି ଇଣ୍ଡିଆନ ଅଏଲର ବାଙ୍କା ସ୍ଥିତ ଏଲପିଜି ବଟଲିଂ ପ୍ଲାଂଟ୍ ବାର୍ଷିକ ୮୫ ଲକ୍ଷ ଗ୍ୟାସ ସିଲିଣ୍ଡର ଉତ୍ପାଦନ କରିବ ଓ ବିହାରରେ ନିଯୁକ୍ତି ମଧ୍ୟ ସୃଷ୍ଟି କରିବ। ସେହିପରି ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ)ର ଚମ୍ପାରନ ଠାରେ ବାର୍ଷିକ ୧ ଲକ୍ଷ ୨୦ ହଜାର କ୍ଷମତା ବିଶିଷ୍ଟ ଏଲପିଜି ବଟଲିଂ ପ୍ଲାଣ୍ଟ ବିହାରବାସୀଙ୍କ ଜୀବନଶୈଳୀକୁ
ପରିବର୍ତ୍ତନ କରିବାରେ ବଡ଼ ଭୂମିକା ନେବ। ତେବେ ବିହାରରେ ଦୁଇଟି ଏଲପିଜି ବଟଲିଂ ପ୍ଲାଟ୍ ସ୍ୱଚ୍ଛ ଇନ୍ଧନ ଏବଂ ଏଲପିଜିର ବଢୁଥିବା ଆବଶ୍ୟକତାକୁ ପୂରଣ କରିବ ଏବଂ ବିହାରକୁ ଆତ୍ମନିଭର୍ର କରିବା ସହ ମହିଳାଙ୍କୁ ମଧ୍ୟ ସଶକ୍ତ କରିବ । ସ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମଳେର ପୂର୍ବ ଭାରତର ବିକାଶକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ପୂର୍ବ ଭାରତ ଓ ଉତ୍ତର ପୂର୍ବ ଅଞ୍ଚଳର ଅଭିବୃଦ୍ଧି ଏବଂ ବିକାଶ ନେହେଲ ସମଗ୍ର ଭାରତର ସନ୍ତୁଳିତ ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏଥିପାଇଁ ପ୍ରଧାନମନ୍ତ୍ରୀ ତିନି ବର୍ଷ ପୂର୍ବେ ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସେର ଐତିହାସିକ ଲାଲକିଲ୍ଲା ଠାରୁ ‘ମିଶନ ପୂର୍ବୋଦୟ’ ଆରମ୍ଭ କରିଥିଲେ। ବିହାରକୁ ଆର୍ଥିକ ରୂପେ ସମ୍ପନ୍ନ କରି ମୁଖ୍ୟ ସ୍ରୋତରେ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଉଦ୍ୟମରତ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହିଁ ବିହାରରେ ଦୀର୍ଘ ଦିନରୁ ଅଚଳ ପଡିଥିବା ବେରାନି  ବିଶୋଧନାଗାରକୁ କାର୍ଯ୍ୟକ୍ଷମ କରାଗଲା। ଆଗାମୀ ପିଢିର ଭିତ୍ତିଭୂମିର ବିକାଶ ପାଇଁ ବିହାରରେ ପ୍ରାକୃତିକ ଗ୍ୟାସ ପାଇପଲାଇନର ଶୁଭାରମ୍ଭ ହୋଇଛି ବୋଲି ସେ କହିଛନ୍ତି।