ଅଯୋଧ୍ୟା ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲା, ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଅଭୁମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଅଯୋଧ୍ୟାରେ ରାମମନ୍ଦିରର  ଭୂମିପୂଜନ ଓ  ଶିଳାନ୍ୟାସ  କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ  ରାମମନ୍ଦିରର ଶିଳାନ୍ୟାସ କରିବେ।

ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଯୋଧ୍ୟା ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ମଧ୍ୟ ଅଯୋଧ୍ୟା ପହଞ୍ଚିଥିବା ଜଣାପଡିଛି।