ଜାମ୍ମୁରୁ ଦିଲ୍ଲୀ ଯାଉଥିବା ଆତଙ୍କବାଦୀ ଦଳ ଗିରଫ

ହରିୟାଣା: ହରିୟାଣାର ଅମ୍ବାଲାରୁ ଆଜି ଆତଙ୍କବାଦୀର ଏକ ଗ୍ରୁପ ଫଳ ଗାଡ଼ିରେ ଲୁଚିକି ଯାଉଥିବାବେଳ ପୁଲିସ ତାଙ୍କୁ ଗିରଫ କରିଛି। ଅମ୍ବାଲା ପୁଲିସକୁ ଏକ ବଡ଼ ସଫଳତା ହାସଲ ହୋଇଛି। ସେଠାରୁ  ତାଙ୍କୁ ଧରି ଅମ୍ବାଲା ପୁଲିସ ଜମ୍ମୁ ପୁଲିସକୁ ଜିମା ଦେଇଥିଲେ। ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ଏକ ଫଳ ଟ୍ରକରେ ଲୁଚି ଜାମ୍ମୁରୁ ଦିଲ୍ଲୀ ଯାଉଥିବା ପୁଲିସକୁ ଏକ ବିଶେଷସୂତ୍ରରୁ ଖବର ମିଳିଥିଲା। ଏ ନେଇ ଅମ୍ବାଲା ପୁଲିସ ଅମ୍ବାଲା କୋଟ ନିକଟରେ ଯାଞ୍ଚ ଆରମ୍ଭ କରିଥିଲା। ଏହି ସମୟରେ ଉକ୍ତ ଟ୍ରକଟି ସେହି ରାସ୍ତାଦେଇ ଯାଉଥିବାବେଳେ ପୁଲିସ ତାଙ୍କୁ ଧରିଥିଲା। ଏହି ପରିପ୍ରେକ୍ଷୀରେ ସେମାନଙ୍କ ନିକଟରୁ ଅନେକ ଗୋଳାବାରୁଦ ଜବତ ହୋଇଥିବାବେଳେ ତାଙ୍କୁ ଜାମ୍ମୁ ପୁଲିସକୁ ଜିମା ଦିଆଯାଇଛି।