୩ରୁ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାବର୍ଷ ଜାନୁଆରୀ ୩ ତାରିଖଠାରୁ ରାଜ୍ୟର ଧର୍ମାନୁଷ୍ଠାନଗୁଡ଼ିକ ଖୋଲିପାରିବ। କରୋନା କଟକଣା ପାଳନ କରିବା ସହ ମନ୍ଦିର ପରିଚାଳନା କମିଟି କିପରି ଭାବେ ମନ୍ଦିର ବିଶୋଧନ ସହ ଅନ୍ୟ ସାମୂହିକ ସତର୍କତା ଅବଲମ୍ବନ କରୁଛି ତାହା ନଜର ରଖିବା ପରେ ଧର୍ମାନୁଷ୍ଠାନ ଖୋଲିବାକୁ ସହମତି ପ୍ରଦାନ କରାଯିବ। ରାଜ୍ୟ ସରକାର ଏହି ନିଷ୍ପତ୍ତି ନେବାର କାର୍ଯ୍ୟଭାର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଦେଇଥିବାବେଳେ ଧର୍ମାନୁଷ୍ଠାନ ଖୋଲିବାକୁ ପୂର୍ବରୁ ଅନୂମତି ନେବାକୁ ପଡ଼ିବ। ବିଭାଗ ତଥା ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମ ମାନି ପରିଚାଳନା କର୍ତ୍ତୃପକ୍ଷ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଆବେଦନ କରିପାରିବେ ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଭୁବନେଶ୍ୱରର ଇଚ୍ଛୁକ ଧର୍ମାନୁଷ୍ଠାନର ପରିଚାଳନା କର୍ତ୍ତୃପକ୍ଷ ୩ ତାରିଖ ପୂର୍ବରୁ ଆବେଦନ କରିବାକୁ କମିଶନର ଚୌଧାରୀ ମଙ୍ଗଳବାର ଅପିଲ କରିଥିବା ନଜରକୁ ଆସିଛି।