ବଡ଼ଦିନ ପାଇଁ ଚର୍ଚ୍ଚକୁ ସ୍ୱତନ୍ତ୍ର ଅନୁମତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଡ଼ଦିନ ପାଳନ ନେଇ ଚର୍ଚ୍ଚକୁ ମିଳିପାରିବ ସ୍ୱତନ୍ତ୍ର ଅନୁମତି। ୨୫ ତାରିଖ ପାଇଁ ଚର୍ଚ୍ଚକୁ ସ୍ୱତନ୍ତ୍ର ଅନୁମତି ଦିଆଯାଇପାରିବ। ଅନୁମତି ପାଇଁ ପୂର୍ବରୁ ଆବେଦନ କରିବାକୁ ପଡ଼ିବ। କେତେ ସଂଖ୍ୟକ ଅତିଥି ଏକାଠି ହେବେ, ଦର୍ଶାଇଲେ ଅନୁମତି ମିଳିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି।
ସେ କହିଛନ୍ତି, ଆଗକୁ ବଡ଼ଦିନ ଥିବାରୁ ଚର୍ଚ୍ଚ ଖୋଲିବା ନେଇ ଆବେଦନ ଆସିଛି। ତେବେ ବିଏମସି ଦ୍ୱାରା ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯିବା ସହ ଚର୍ଚ୍ଚରେ କୋଭିଡ୍ ସଂକ୍ରମଣ ରୋକିବା ନେଇ କଣ ପ୍ରସ୍ତୁତି ନିଆଯାଉଛି ତାହା ଲକ୍ଷ୍ୟ କରାଯିବ। ଯାଞ୍ଚ ପରେ ଚର୍ଚ୍ଚକୁ ୨୫ ତାରିଖ ଦିନକ ପାଇଁ ଖୋଲିବାକୁ ଅନୁମତି ଦିଆଯିବ ବୋଲି ଶ୍ରୀ ଚୌଧାରୀ କହିଛନ୍ତି।