ବିଜେପିରେ ଯୋଗଦେଲେ ତେଲୁଗୁ ଅଭିନେତ୍ରୀ

ନୂଆଦିଲ୍ଲୀ: ତେଲୁଗୁ ଅଭିନେତ୍ରୀ ତଥା ପୂର୍ବତନ ବିଧାୟିକା ଜୟାସୁଧା କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ଜୀ କିଶନ ରେଡ୍ଡୀ ଓ ରାଷ୍ଟ୍ରୀୟ ମହାସଚିବ ତରୁଣ ଚୁଗ ଉପସ୍ଥିତ ଥିଲେ । ଏହି ଅବସରରେ ଜୀ କିଶନ ରେଡ୍ଡୀ କହିଛନ୍ତି ଯେ, ଆଜି ତେଲୁଗୁ ସିନେମା ତାରକା ବିଜେପିରେ ଯୋଗ ଦେଇଛନ୍ତି । ଆମେ ନିଶ୍ଚିତରୂପେ ତେଲେଙ୍ଗାନାରେ କ୍ଷମତାଧାରୀ ପାର୍ଟି ହେବୁ ।

ବିଜେପିରେ ଯୋଗ ଦେବା ପରେ ଜୟାସୁଧା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମକୁ ଦେଶ ସେବା କରିବାର ଅଛି । ବର୍ତ୍ତମାନ ସମୟରେ ଆମେ ଭାରତ ବାହାରକୁ ଗଲେ ଲୋକେ ଆମ ଦେଶ ବିଷୟରେ କଥା ହେଉଛନ୍ତି । ଆଜି ଆମେ ଯେଉଁ ସ୍ଥାନରେ ରହିଛୁ ତାହା ପଛରେ ମୋଦୀଙ୍କ ହାତ ରହିଛି ।