ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ, ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

କାନପୁର,ଏନ୍ଏନ୍ଏସ୍: ଭାରତ-ନ୍ୟୁଜାଲିଣ୍ଡା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ଟସ୍ ଜିତିଛି ଭାରତ। ଏହାସହ ପ୍ରଥମେ ବ୍ୟାଟିଂ କରିବ ରାହାଣେ ବାହିନୀ। ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ।

ଗୁରୁବାର ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୨ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ। ଗତ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଚକ୍ରର ସମସ୍ତ ପରାଜୟର ପ୍ରତିଶୋଧ ନେବାକୁ ଭାରତ ଯୋଜନା କରିଛି। ଅନ୍ୟ ପଟରେ କ୍ଳାନ୍ତ ଓ ଆହତ ଜର୍ଜରିତ ନ୍ୟୁଜିଲାଣ୍ଡ ଚମତ୍କାର ଲକ୍ଷ୍ୟରେ ରହିଛି। ପ୍ରଥମ ସଂସ୍କରଣରେ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିବା ନ୍ୟୁଜିଲାଣ୍ଡ ସବୁ ଜଳବାୟୁରେ ଶ୍ରେଷ୍ଠ ପ୍ରଦର୍ଶନ କରିବାର କ୍ଷମତା ରଖିଥିବା ପ୍ରମାଣ କରିବ।

ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ ଅନେକ ଷ୍ଟାର୍‌ ଖେଳାଳି ନାହାନ୍ତି। ଅଧିନାୟକ କେନ ୱିଲିୟମସନ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନାହାନ୍ତି। ତାଙ୍କ କହୁଣୀରେ ଯନ୍ତ୍ରଣା ରହିଛି। ଡେଭନ କନୱେ ଆହତ ହୋଇ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି। ଟ୍ରେଣ୍ଟ ବୋଲ୍ଟ ଓ କଲିନ ଡି ଗ୍ରାଣ୍ଡହୋମ୍‌ ଭଳି ଖେଳାଳି ସ୍ୱଦେଶ ଫେରିଯାଇଛନ୍ତି। ତଥାପି ନ୍ୟୁଜିଲାଣ୍ଡ ଟେଷ୍ଟ ଦଳରେ ସନ୍ତୁଳନ ରହିଛି। ଟମ ଲାଥମ, ରସ ଟେଲର, ହେନରୀ ନିକୋଲ୍ସ, କେଲି ଜାମିସନ, ଟିମ୍‌ ସାଉଦି, ନିଲ ୱାଗନରଙ୍କ ଭଳି ଅଭିଜ୍ଞ ଟେଷ୍ଟ ଖେଳାଳି ରହିଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ସାଉଦି ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଖେଳିଛନ୍ତି। ଅନ୍ୟ ସମସ୍ତ ଖେଳାଳି ଯଥେଷ୍ଟ ବିଶ୍ରାମ ପାଇ ସାରିଛନ୍ତି।