ବିମାନ ସେବା ଆରମ୍ଭ କରିବାକୁ ଭାରତକୁ ଅନୁରୋଧ କଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସମଗ୍ର ବିଶ୍ୱର ଅନେକ ଦେଶ ସେଠାରୁ ବିମାନ ସେବା ବନ୍ଦ କରି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେଠାରେ ସରକାର ଗଠନ କରିବା ପରେ ତାଲିବାନ ଏବେ ଅନ୍ୟ ଦେଶ ସହ ପୁଣିଥରେ ସମ୍ପର୍କ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ସେଥିପାଇଁ ତାଲିବାନ ସରକାର ଔପଚାରିକ ଭାବେ ଭାରତକୁ ପତ୍ର ଲେଖି ଉଭୟ ଦେଶ ମଧ୍ୟରେ ପୁନର୍ବାର ବିମାନ ସେବା ଆରମ୍ଭ କରିବାକୁ ଅନୁରୋଧ କରିଛି।

ସୂଚନାଯୋଗ୍ୟ, ଏହି ପତ୍ର ଆଫଗାନିସ୍ତାନ ସିଭିଲ ଏଭିଏସନ ଅଥୋରିଟୀଙ୍କ ତରଫରୁ ଡାୟରେକ୍ଟର ଜେନେରାଲ ଅଫ୍ ସିଭିଲ ଏଭିଏସନ ଅଫ୍ ଇଣ୍ଡିଆକୁ ଲେଖାଯାଇଛି। ଆଫଗାନିସ୍ତାନର କାର୍ଯ୍ୟକାରୀ ଉଡ଼ାଣ ମନ୍ତ୍ରୀ ଅହ୍ଲାଜ ହମୀଦୁହ୍ଲାଙ୍କ ତରଫରୁ ଏହି ପତ୍ର ଭାରତର ଡିସିଜିଏ ଚିଫ୍ ଅରୁଣ କୁମାରଙ୍କୁ ଲେଖାଯାଇଛି।