ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଯୋଗୁ ଚଳିତ ବର୍ଷ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ସିଲାବସ୍ ୩୦ ପ୍ରତିଶତ ହ୍ରାସ କରାଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ୩ କମିଟିର ସୁପାରିସ ଆଧାରରେ ସିଲାବସ କମିଛି। ଏଥିସହିତ ନୂଆ ସିଲାବସ୍ ବୋର୍ଡ, ସିଏଚଏସଇ ଓ ଏସସିଇଆରଟି ୱେବସାଇଟରେ ସିଲାବସ ସମ୍ବନ୍ଧୀୟ ସମସ୍ତ ସୂଚନା ମିଳିପାରିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।
ଅନ୍ୟପଟେ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ଆସିବା ପରେ ହିଁ ସ୍କୁଲ ଖୋଲିବା ନେଇ ସ୍ପଷ୍ଟ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।