ଡର୍ବଲ ମର୍ଡର ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ ସାଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ମିଳିଥିବା ରିପୋର୍ଟ ମୁତାବକ ଗତକାଲି ସକାଳେ ଅନୁପ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରାୟଗଡ଼ ଜେଲରୁ ବାହାର କରି ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବା ସହ ଛାତିରେ ଯନ୍ତ୍ରଣା ହେଉଥିବାରୁ ସ୍ୱାବ ପରୀକ୍ଷଣ କରାଯାଇଥିଲା। ରାତିରେ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନୁପଙ୍କୁ କରୋନା ହେବା ନେଇ ରାୟଗଡ଼ ଜେଲ ଅଧୀକ୍ଷକ ଏନ୍.କେ ତେହରିଆ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବ୍ରଜରାଜନଗର ମା’ ଓ ଝିଅ ହତ୍ୟା ମାମଲାରେ ଗିରଫ ହୋଇ ଅନୁପ ଏବେ ଜେଲରେ ଅଛନ୍ତି। ଅନୁପ ଏବଂ ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋ ବିଲାସପୁର ହାଇକୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ଆସନ୍ତା ସେପ୍ଟେମ୍ବର ମାସ ୧୫ ଏବଂ ୧୬ ତାରିଖ ଜାମିନ ଆବେଦନ ଉପରେ ଶୁଣାଣୀ ଲାଗି ତାରିଖ ଧାର୍ଯ୍ୟ ହୋଇଛି।