୮ ତାରିଖ ଯାଏଁ କଟକ ସହର ସଟଡାଉନ

କଟକ, ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୮ ତାରିଖ ଯାଏଁ କଟକ ସହରକୁ ସଟଡାଉନ ଘୋଷଣା କରାଯାଇଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ସଟଡାଉନ ସମୟରେ ସକାଳ ୫ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଗ୍ରୋସରୀ, କ୍ଷୀର, ପରିବା ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଭାବେ ଅନୁମତ ଦିଆଯାଇଛି। କିନ୍ତୁ ଔଷଧ ଦୋକାନ ନିୟମିତ ଖୋଲିବା ସହ ଅନଲାଇନ ଡେଲିଭରି ମଧ୍ୟ ଜାରି ରହିବ। ଏହି ସମୟରେ କୌଣସି ଅଣଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବନି।

ସୂଚନାଯୋଗ୍ୟ, ଆଜି କଟକ ସହରରୁ ୧୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୬ଜଣ ହୋମ୍ କ୍ୱାରେଣ୍ଟାଇନରୁ ରହିଥିବା ଜଣାପଡ଼ିଛି। ସରକାରୀ କ୍ୱାରେଣ୍ଟାଇନରୁ ଆଚାର୍ଯ୍ୟ ହରିହର ହସ୍ପିଟାଲରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରେ ରୋଗୀ ଓ ପରିଚାରକ ରହିଛନ୍ତି। ସେହିପରି ହୋମ କ୍ୱାରେଣ୍ଟାନରୁ ଏକ ଘରୋଇ ହସ୍ପିଟାଲର ୬ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ।