ଚଳିତ ବର୍ଷ ବୋଲବମ ଯାତ୍ରା ବନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ବୋଲବୋମ ଯାତ୍ରାକୁ ବନ୍ଦ ରଖିଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଆସନ୍ତା ସୋମବାରଠାରୁ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି। ଶ୍ରାବଣ ମାସର ପ୍ରତି ସୋମବାର ଲକ୍ଷାଧିକ ଭକ୍ତ ଶୈବାଳୟରେ ଜଳଲାଗି କରିଥାନ୍ତି। ଆଉ ଏହି ସମୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ। କରୋନା ସ୍ଥିତି ଦିନକୁଦିନ ଗମ୍ଭୀର ହେଉଥିବାରୁ ସରକାର ଏଥର ବଲବୋମ ଯାତ୍ରା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।