ଡ଼ିଏମ୍ ଆବାସରେ ଲାଗିଥିବା ବୋର୍ଡ଼ର ରଙ୍ଗ ପରିବର୍ତ୍ତନ କରିବା କାରଣରୁ ପିଡ଼ବ୍ଲ୍ୟୁଡ଼ିର ଜୁନିୟର ଇଂଜିନିୟରଙ୍କୁ ସସପେଣ୍ଡ

ଉତ୍ତରପ୍ରଦେଶ,ଏଜେନ୍ସି: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ବର୍ତ୍ତମାନ ପର୍ଯ୍ୟନ୍ତ ବାକି ଥିବା ବେଳେ ଗୋଟିଏ ମାମଲାକୁ ଭିର୍ତ୍ତି କରି ପିଡ଼ବ୍ଲ୍ୟୁଡ଼ିର ଜୁନିୟର ଇଂଜିନିୟରଙ୍କୁ ବର୍ତ୍ତମାନ ସସ୍‌ପେଣ୍ଡ କରାଯାଇଛି।

ଅଯୋଧ୍ୟାର ଡ଼ିଏମ୍ ଆବାସରେ ଲାଗିଥିବା ବୋର୍ଡ଼ର ରଙ୍ଗ ପରିବର୍ତ୍ତନ କରିବା ମାମଲାରେ ଦାୟିତ୍ୱହୀନତା କାରଣରୁ ପିଡ଼ବ୍ଲ୍ୟୁଡ଼ିର ଜୁନିୟର ଇଂଜିନିୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଅଜୟ କୁମାର ଶୁକ୍ଲାଙ୍କୁ ସସ୍‌ପେଣ୍ଡ କରାଯାଇଛି। ଅଧିକାରୀଙ୍କ ବିନା ଅନୁମତିରେ ଲଗାଯାଇଥିବା ବୋର୍ଡ଼ର ରଙ୍ଗ ବଦଳାଯାଇଥିଲା । ସୁଚନା ଅନୁସାରେ ଅଯୋଧ୍ୟାର ଜିଲ୍ଲା ଅଧିକାରୀ ନୀତିଶ କୁମାରଙ୍କ ଆବାସରେ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ତାଙ୍କ ବିନା ଅନୁମତିରେ ଆବାସର ବୋର୍ଡ଼ର ରଙ୍ଗ ସବୁଜରୁ ଗେରୁଆ କରାଯାଇଥିଲା।

ତେବେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ପୁଣି ବୋର୍ଡ଼କୁ ସବୁଜ ରଙ୍ଗ କରାଯାଇଥିଲା। କେବଳ ଏତିକି ନୁହେଁ ଏହି ମରାମତି ସମୟରେ ଡ଼ିଏମ୍ ଆବାସକୁ ଅସ୍ଥାୟୀ ଭାବରେ ପିଡ଼ବ୍ଲ୍ୟୁଡ଼ି ଆବାସକୁ ସ୍ଥାନାନ୍ତରଣ କରାଯାଇଥିଲା।

ତେବେ ଏହି କାରଣକୁ ଭିର୍ତ୍ତି କରି ପିଡ଼ବ୍ଲ୍ୟୁଡ଼ିର ଜୁନିୟର ଇଂଜିନିୟରଙ୍କୁ ବର୍ତ୍ତମାନ ସସ୍‌ପେଣ୍ଡ କରାଯାଇଛି।