ସୁଶାନ୍ତ ନାଥ ବିଏସ୍‌ଏଫ୍ ଆଇଜି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଆଇଜି ଭାବେ ନିଯୁକ୍ତ କରାଯାଇଛି। ଏନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଏକ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ସେଥିରେ ଉଲ୍ଲେଖ ହୋଇଛି, ଆଇପିଏସ୍ ସୁଶାନ୍ତ କେନ୍ଦ୍ରୀୟ ଡେପୁଟେସନରେ ୫ବର୍ଷ ପାଇଁ ଦାୟିତ୍ୱ ତୁଲାଇବେ। ଏନେଇ ତାଙ୍କୁ ତୁରନ୍ତ କାର୍ଯ୍ୟଭାରରୁ ମୁକ୍ତ କରିବା ନେଇ ଅନୁରୋଧ କରାଯାଇଛି।

ସୁଶାନ୍ତ ହେଉଛନ୍ତି ୧୯୯୩ ବ୍ୟାଚର ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଫିସର। ସୁଶାନ୍ତଙ୍କ ଘରେ ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେ ଏବେ ଷ୍ଟେଟ୍ ଫରେନ୍‌ସିକ ଲାବୋରଟୋରୀରେ ଅତିରିକ୍ତ ଡିଜି ତଥା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି।