ଭୂମିଙ୍କ ଟିଚର ଥିଲେ ସୁଶାନ୍ତ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ସହ କାମ କରିଥିବା, ତାଙ୍କ ସଂସ୍ପର୍ଶରେ ଆସିଥିବା ବଲିଉଡ ସେଲିବ୍ରିଟି ଏବେ ତାଙ୍କୁ ମନେପକାଉଛନ୍ତି। ବଲିଉଡ ଆକ୍ଟ୍ରେସ ଭୂମି ପେଦନେକର, ସୁଶାନ୍ତଙ୍କ ବାବଦରେ ସେଭଳି ଏକ ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସୁଶାନ୍ତ ତାଙ୍କର ଟିଚର ଥିଲେ ବୋଲି କହିଛନ୍ତି ଭୂମି। ଭୂମି ପ୍ରଥମେ ସୁଶାନ୍ତଙ୍କ ସହ ଏକ ଫଟୋ ସେୟାର କରିଥିଲେ। ନିକଟରେ ସେ ଏକ କବିତା ଲେଖିବା ସହିତ ଇମୋସନାଲ ପୋଷ୍ଟ ମଧ୍ୟ କରିଛନ୍ତି। ଭୂମି ଲେଖିଛନ୍ତି, ସୁଶାନ୍ତ ତାଙ୍କର ଟିଚର ଥିଲେ। ମହାକାଶ ସମ୍ବନ୍ଧରେ ଜାଣିବା ପାଇଁ ଭୂମି କାଗଜ, କଲମ ନେଇ ତାଙ୍କ ପାଖରେ ପହଞ୍ଚିଯାଉଥିଲେ।
ସୁଶାନ୍ତ ତାଙ୍କୁ ଏ ବାବଦରେ ଅନେକ କିଛି ପଢ଼ାଉଥିଲେ। ଇନଷ୍ଟାଗ୍ରାମ ଏକାଉଣ୍ଟରେ ଭୂମି ଏକ ଖାତାର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ମହାକାଶ ସମ୍ବନ୍ଧରେ କିଛି ଲେଖା ହୋଇଛି। ସୁଶାନ୍ତଙ୍କ ପାଖରେ ଏକ ଟେଲିସ୍କୋପ ଥିଲା, ଯାହା ଜରିଆରେ ସେ ଭିନ୍ନ ଭିନ୍ନ ଗ୍ରହ ଏବଂ ବ୍ଳାକହୋଲ ଦେଖାଇଥିଲେ। ତାହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ଲେଖିଛନ୍ତି ଭୂମି। ସୁଶାନ୍ତଙ୍କଠାରୁ ମହାକାଶ ବିଷୟରେ ଯାହା ସବୁ ଶିଖିଥିଲେ, ସେସବୁ ବିଷୟରେ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଭୂମି ପେଦନେକର।