ବାୟୁସେନାକୁ ମିଳିବ ସର୍ଫେସ ଟୁ ଏୟାର ମିସାଇଲ

ହାଇଦ୍ରାବାଦ: ଇଣ୍ଡିଆନ୍ ଏୟାରଫୋର୍ସକୁ ଖୁବ୍ ଶୀଘ୍ର ମାଟିରୁ ଆକାଶକୁ ନିକ୍ଷେପ ହେଉଥିବା ମିସାଇଲ୍ ମିଳିବାକୁ ଯାଉଛି। ଏହି ମିସାଇଲ୍କୁ ଭାରତ ଡାୟନାମିକ୍ସ ଲିମିଟେଡ୍ (ବିଡିଏଲ୍) ତିଆରି କରିଛି । ଉକ୍ତ ମିଡ଼ିୟମ ରେଞ୍ଜ୍ ସର୍ଫେସ୍ ଟୁ ଏୟାର ମିସାଇଲ ଅର୍ଥାତ୍ ଏମ୍ଆରଏସ୍ଏଏମ୍କୁ ସୋମବାର ବିଡିଏଲର ହାଇଦ୍ରାବାଦ କଞ୍ଚନବାଗସ୍ଥିତ ୟୁନିଟ୍ରୁ ସବୁଜ ପତାକା ଦେଖାଯାଇଛି । ଖୁବ୍ଶୀଘ୍ର ଏହି ମିସାଇଲ୍ ବାୟୁସେନାକୁ ମିଳିବ। ବାୟୁସେନାକୁ ମିଳିବାକୁ ଥିବା ଏହି ମିସାଇଲ୍ ଏହି ପ୍ରକାରର ପ୍ରଥମ ମିସାଇଲ୍ ।
ବିଡିଏଲ୍କୁ ଏହା ପୂର୍ବରୁ ଏମିତି ହିଁ ମିସାଇଲ ପାଇଁ ନେଭି ମଧ୍ୟ ଅର୍ଡର କରିଥିଲା। ଆର୍ମି ଓ ଏୟାରଫୋର୍ସର ଅର୍ଡରରେ ଏକା ସାଥିରେ କାମ ଚାଲିଛି।
ମିଡ଼ିୟମ ରେଞ୍ଜର ଏହି ମିସାଇଲ ଏକ ହାଇ ରେସ୍ପନ୍ସ ଓ କ୍ୱିକ୍ ରିଏକ୍ସନ ମିସାଇଲ। ଏହି ମିସାଇଲକୁ ଭୂମିରୁ ଭର୍ଟିକଲ ଲଞ୍ଚ୍ କରାଯାଇପାରିବ। ଏହାକୁ ମୁଖତଃ ଯେକୌଣସି ପ୍ରକାରର ଏୟାର ଥ୍ରେଟ୍, ଯେମିତି କି ମିସାଇଲ, ଏୟାରକ୍ରାଫ୍ଟ, ଗାଇଡେଡ ବମ୍, ହେଲିକପ୍ଟରକୁ ଆୟତ୍ତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଆର୍ମି, ନେଭି ଓ ଏୟାରଫୋର୍ସ ଏହି ୩ ବିଭାଗ ମିସାଇଲ୍ ଅଲଗା ଅଲଗା ଭାରିଏଣ୍ଟର। ଏହି ମିସାଇଲ୍ର ରେଞ୍ଜ୍ ୭୦ କିମି ପର୍ଯ୍ୟନ୍ତ ରହିଛି।
ଏହି ମିସାଇଲ ଲଢ଼ୁଆ ବିମାନ, ସବସୋନିକ୍ ଓ ସୁପରସୋନିକ୍ କ୍ରୁଜ୍ ମିସାଇଲ ସମେତ କୌଣସି ବି ପ୍ରକାରର ଏୟାର ବିପଦକୁ ସୁରକ୍ଷା ଦେବାରେ ସକ୍ଷମ। ଏହାକୁ ସମ୍ପୂର୍ଣ୍ଣ ରୂପେ ଦେଶରେ ତିଆରି ଡୁଆଲ –ପଲ୍ସ ରକେଟ୍ ମୋଟର ଓ ଡୁଆଲ କଣ୍ଟ୍ରୋଲ ସିଷ୍ଟମରେ ପ୍ରସ୍ତୁତ କରାଯାଇଛି।