ଭୁବନେଶ୍ବର,ଏନ୍ଏନ୍ଏସ୍: ଗୃହରେ ଉଠିଲା ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ପ୍ରସଙ୍ଗ। ଶୂନ୍ୟକାଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କଙ୍କ ମନ୍ଦିର ସୁରକ୍ଷା ପ୍ରସଙ୍ଗ ଉଠାଇଲେ ବିଧାୟକ ସୁରେଶ ରାଉତରାୟ। ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଅବା ରାଜ୍ୟବାସୀ ସମସ୍ତେ ଜଗତର ନାଥ ଜଗନ୍ନାଥଙ୍କ ଭକ୍ତ କିନ୍ତୁ ରାଜ୍ୟ ସରକାର ଆଜି କଣ କରୁଛନ୍ତି। ଐତିହ୍ୟ ନାଁରେ ମନ୍ଦିରକୁ ବିପଦକୁ ଠେଲି ଦିଆଯାଉଥିବା କହି ବର୍ଷିଛନ୍ତି ସୁର ରାଉତରାୟ।
ମନ୍ଦିରର ଚର୍ତୁପାର୍ଶ୍ବ ଖନନ କରି ବିପଦକୁ ଡାକୁଛନ୍ତି ସରକାର। ଯାହା ଫଳରେ ମନ୍ଦିରରେ ଫାଟ ଦେଖାଦେଲାଣି। ମନ୍ଦିରକୁ ବିପଦରେ ନପକାନ୍ତୁ ରାଜ୍ୟ ସରକାର ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ। ଯେଉଁ ଫାଟ ହୋଇଛି ତାହାର ମରାମତି କରିବା ସହ ହୋଇଥିବା ଗର୍ତ୍ତକୁ ପୋତି ଶ୍ରୀମନ୍ଦିରକୁ ସୁରକ୍ଷା ଦିଅନ୍ତୁ। ଯେଉଁ ଦୋଷୀ ଏ ଗୁଡ଼ିକ କରି ମନ୍ଦିରକୁ ବିପଦରେ ପକାଇଛନ୍ତି ତାଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।