ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣାରେ ୯ଜଣଙ୍କୁ ଗିରଫ କଲା ପୁଲିସ

ଚିଲିକା,ଏନ୍ଏନ୍ଏସ୍: ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣାରେ ଏବେ ଗିରଫ ହୋଇଛନ୍ତି ସ୍ଥାନୀୟ ଲୋକମାନେ ଯେଉଁମାନେ ଉତ୍ୟକ୍ତ ହୋଇ ବିଧାୟକଙ୍କୁ ମାଡ଼ ମାରିଥିଲେ। ଭେଟେଶ୍ୱର ଓ ବାଆଁଳୋଇ ଗାଁର ୯ଜଣଙ୍କୁ ଗିରଫ କରିଛି ପୁଲିସ। ଗତ ୧୨ ତାରିଖରେ ବିଧାୟକ ବାଣପୁର ବ୍ଲକ୍ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ଏହା ପରେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ବିଧାୟକଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଲହୁଲୁହାଣ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ।

ପରେ ମେଡ଼ିକାଲରୁ ଡ଼ିସଚାର୍ଜ ହେବା ପରେ ଗିରଫ ହୋଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତେବେ ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡେଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ଖୋର୍ଦ୍ଧା ବାଣପୁର ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଘଟିଥିଲା ଏହି ଘଟଣା। ବିଧାୟକଙ୍କ ଗାଡି ଧକ୍କାରେ ଆହତ ହୋଇଥିଲେ ୨୫ ଜଣ।