ଭାରତରେ ଅକ୍ସିଜେନର ସୁପରିଚାଳନା ପାଇଁ ସୁପ୍ରିମକୋର୍ଟ ଗଠନ କଲେ ୧୨ ଜଣିଆ ଟାସ୍କଫୋର୍ସ

ନୂଆଦିଲ୍ଲୀ,ଏଜେନ୍ସି: କରୋନାର ଦ୍ୱିତୀୟ ଲହରରେ ସମ୍ପୂର୍ଣ୍ଣ ଭାରତରେ ଦେଖଯାଇଥିବା ଅକ୍ସିଜେନର ଘୋର ଅଭାବରେ ଦେଶର ସ୍ୱସ୍ଥ୍ୟ ସେବା ଭୁଶୁଡି ପଡିଛି। ଅକ୍ସିଜେନର ଅଭାବ ମେଣ୍ଟାଇବା ଲାଗି ସରକାର ଦେଶର କଳକାରଖାନ ଗୁଡିକର ଅକ୍ସିଜେନ ବ୍ୟବହାରକୁ ବନ୍ଦ କରି ସେଗୁଡିକୁ ମେଡିକାଲ ମୁହାଁ କରାଇବାକୁ ବାଧ୍ୟ ହୋଇଛନ୍ତି। ସେଗୁଡିକୁ ବିଭିନ୍ନ ରାଜ୍ୟକୁ ବିତରଣ କରିବା ଲାଗି ଅବଶ୍ୟକ ଟ୍ୟାଙ୍କର ନଥିବାରୁ ରାଜ୍ୟ ମାନଙ୍କୁ ଯେତିକି ପରିମାଣର ଆବଶ୍ୟକ ସେମାନଙ୍କୁ ତାହା ମିଳିପାରୁ ନାହିଁ। ଏହି ଭଳି ପରିସ୍ଥିତିରେ ଭାରତର ବିଭିନ୍ନ ମିତ୍ର ସହଯୋଗୀ ରାଷ୍ଟ୍ର ଗୁଡିକ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

ତେବେ ଅକ୍ସିଜେନର ସୁ ପରିଚାଳନା ପାଇଁ ଆଜି ସୁପ୍ରିମକୋର୍ଟ ୧୨ ଜଣିଆ ଏକ ଟସ୍କ୍ ଫୋର୍ସ ଗଠନ କରିଛନ୍ତି। ଏହି ଟାସ୍କଫୋର୍ସ ଦେଶର ବିଭିନ୍ନ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅକ୍ସିଜେନ ବିତରଣକୁ ସୁନିଶ୍ଚିତ କରିବ। ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଟାସ୍କଫୋର୍ସ ଗଠନ କରି ସମଗ୍ର ଭାରତରେ ଅମ୍ଳଜାନର ଆବଶ୍ୟକତା ଏବଂ ବଣ୍ଟନକୁ ତଦାରଖ କରିବାକୁ ସୁପାରିଶ କରିଛନ୍ତି।

ଟାସ୍କଫୋର୍ସରେ ୧୦ ଜଣ ଡାକ୍ତର ରହିଛନ୍ତି ଏବଂ ଟାସ୍କଫୋର୍ସର ସଂଯୋଜକ ଭାବେ କେନ୍ଦ୍ରର କ୍ୟାବିନେଟ ସଚିବ କାର୍ଯ୍ୟ କରିବେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୧୨ ଜଣିଆ କମିଟିର ମେମ୍ବର ଭାବରେ କାର୍ଯ୍ୟ କରିବେ।