ଦଶମ-ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଅନ୍‌ଲାଇନ୍‌ ହେବ କି ଅଫ୍‌ଲାଇନ୍‌? ସୁପ୍ରିମ୍‌କୋର୍ଟରେ ଆଜି ଶୁଣାଣି

ନୂଆଦିଲ୍ଲୀ,ଏଜେନ୍ସି: ଦଶମ ଓ ଦ୍ବାଦଶ ଶ୍ରେଣୀର ଅଫ୍‌ଲାଇନ୍‌ ପରୀକ୍ଷା ରଦ୍ଦ କରିବାର ଆବେଦନ ଉପରେ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି ହେବ। ଏହି ମାମଲାରେ ଅଦାଲତ ଦ୍ବାରା ଆବେଦନକର୍ତ୍ତାକୁ ସିବିଏସଇକୁ ଆବେଦନର କପି ଦେବାକୁ କହିଛନ୍ତି। ବିଚାରପତି ଏଏମ୍‌ ଖାନଭିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। କୋର୍ଟରେ ଅଭିଯୋଗ ହୋଇଥିବା ଆବେଦନରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ବୋର୍ଡ, ସିବିଏସ୍‌ଇ ଓ ଆଇସିଏସଇର ଅଫ୍‌ଲାଇନ୍‌ ପରୀକ୍ଷା ଗୁଡ଼ିକ ରଦ୍ଦ କରିବାକୁ ଦାବି ହୋଇଛି।

ଆଇନଜୀବୀ ତଥା ଶିଶୁ ଅଧିକାର କର୍ମକର୍ତ୍ତା ଅନୁଭା ଶ୍ରୀବାସ୍ତବ ସହାୟ ୧୦ମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ଆୟୋଜିତ କରିବା ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଅଦାଲତ ଆବେଦନକାରୀଙ୍କୁ କହିଥିଲେ ଯେ, ନିଜର ଅଭିଯୋଗର କପି ସିବିଏସଇକୁ ମଧ୍ୟ ଦିଅନ୍ତୁ। ତେବେ ସୁ୍ପ୍ରିମକୋର୍ଟ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇବେ।