ବିବାହିତାଙ୍କ ଭଳି ଅବିବାହିତାଙ୍କୁ ବି ମିଳିଲା ଗର୍ଭପାତର ଅଧିକାର

ନୂଆଦିଲ୍ଲୀ: ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଦେଇଛନ୍ତି । ସମସ୍ତ ମହିଳା ସିଏ ବିବାହିତ ହୁଅନ୍ତୁ କି ଅବିବାହିତ, ସଭିଙ୍କର ସୁରକ୍ଷିତ ଓ ଆଇନଗତ ଗର୍ଭପାତର ଅଧିକାର ରହିଛି । କୋର୍ଟ ମେଡିକାଲ ଟର୍ମିନେସନ ଅଫ ପ୍ରେଗନାନ୍ସି ନିୟମ ୩-ବି ସମ୍ବନ୍ଧରେ ବିସ୍ତାରରେ ସୂଚନା ପ୍ରଦାନ କରିଛନ୍ତି । ଏଥିରେ ବିବାହିତଙ୍କ ଭଳି ଅବିବାହିତ ମହିଳା ମଧ୍ୟ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତର ଅଧିକାର ପାଇବେ । କୌଣସି ବିବାହିତ ମହିଳା ଯଦି ଅନିଚ୍ଛାକୃତ ଭାବେ ଗର୍ଭଧାରଣ କରନ୍ତି ତେବେ ତାଙ୍କୁ ମଧ୍ୟ ଗର୍ଭପାତର ଅନୁମତି ଦିଆଯିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ ୨୦ ସପ୍ତାହରୁ ଅଧିକ ଓ ୨୪ ସପ୍ତାହରୁ କମ୍ ଗର୍ଭ ପାଇଁ ଗର୍ଭପାତର ଅଧିକାର ବର୍ତ୍ତମାନ ସୁଦ୍ଧା କେବଳ ବିବାହିତ ମହିଳାଙ୍କୁ ପ୍ରଦାନ କରାଯାଇ ଥିଲା । ଅଦାଲତ ଏହାକୁ ସମାନତା ଅଧିକାର ବିରୋଧୀ ଭାବେ ଗ୍ରହଣ କରିଛନ୍ତି ।