ନୂଆଦିଲ୍ଲୀ: ନୀଟ-ଏସଏସ ପରୀକ୍ଷା ଢ଼ାଞ୍ଚା ଶେଷ ମୁହୂର୍ତ୍ତରେ ବଦଳାଇବାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ କରିଛନ୍ତି। ଏହି ପଦକ୍ଷେପ ଉପରେ ପୁର୍ନବିଚାର କରିବା ପାଇଁ ସରକାରକୁ ସୁପ୍ରିମକୋର୍ଟ ସପ୍ତାହେ ସମୟ ଦେଇଛନ୍ତି। ରାଜନୀତି ଖେଳରେ ସରକାର ଡାକ୍ତରଙ୍କୁ ଫୁଟବଲ ନ ଭାବନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ସୂଚନାଯୋଗ୍ୟ, ନୀଟ ପରୀକ୍ଷା ଆସନ୍ତା ନଭେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବ। ଏହି ପରୀକ୍ଷାର ନୋଟିଫିକେସନ ଜୁଲାଇ ୨୩ ତାରିଖରେ ଜାରି କରାଯାଇଥିଲା। କିନ୍ତୁ ଅଗଷ୍ଟ ୩୧ ତାରିଖରେ ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ (ଏନବିଇ) ପରୀକ୍ଷା ଢାଞ୍ଚା ବଦଳାଇବାକୁ ଘୋଷଣା କରି ଏକ ବୁକଲେଟ ଜାରି କରିଥିଲା। ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଡାକ୍ତର ୨୦୧୮ରେ ନିର୍ଦ୍ଧାରିତ ଢାଞ୍ଚା ଅନୁଯାୟୀ ପ୍ରସ୍ତୁତି କରିଥିବାରୁ ସେମାନଙ୍କ ଲାଗି ସମସ୍ୟା ସୃଷ୍ଟି ହୋଇଥିଲା।