ଅତିକ ଓ ଅସରଫ ଅହମ୍ମଦ ହତ୍ୟାକାଣ୍ଡର ଶୁଣାଣୀ କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତୁତ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ତା’ ଭାଇ ଅସରଫ ଅହମ୍ମଦ ହତ୍ୟାକାଣ୍ଡ ମାମଲାରେ ରାୟ ଶୁଣାଇବା ପାଇଁ ସୁପ୍ରିମକୋର୍ଟ ପ୍ରସ୍ତୁତ ହୋଇଯାଇଛନ୍ତି । ଏହି ମାମଲାରେ ଦାୟର ହୋଇଥିବା ପିଟିସନକୁ ସୁପ୍ରିମକୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଆସନ୍ତା ୨୪ ତାରିଖରେ ମାମଲାର ଶୁଣାଣୀ ହେବ । ଏଥିସହିତ ଉତ୍ତରପ୍ରଦେଶରେ ୨୦୧୭ରୁ ବର୍ତ୍ତମାନ ସୁଦ୍ଧା ହୋଇଥିବା ୧୮୩ ଏନକାଉଣ୍ଟରର ଯାଞ୍ଚ କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ରାଜି ହୋଇଯାଇଛନ୍ତି ।

ମୁଖ୍ୟ ବିଚାରପତି କହିଛନ୍ତି ଯେ, ବ୍ୟାପକ ପ୍ରସଙ୍ଗକୁ ବୁଝିବା ପାଇଁ ବେଞ୍ଚ ପ୍ରଥମ ପିଟିସନକାରୀଙ୍କୁ ଶୁଣିବ । ଆମକୁ ଯୋଗ୍ୟତା ଉପରେ ତର୍କ ଦେଖିବାକୁ ପଡ଼ିବ ।

ସୂଚନାଯୋଗ୍ୟ, ନିକଟରେ ଗ୍ୟାଙ୍ଗଷ୍ଟାର ଅତିଫ ଅହମ୍ମଦ ଓ ତା’ ଭାଇ ଅସରଫ ଅହମ୍ମଦକୁ ଗୁଳି ମାରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପୁଲିସ ହେପାଜତରେ ଘଟିଥିଲା । ଦୁହିଁଙ୍କୁ ମେଡିକାଲ ଯାଞ୍ଚ ପାଇଁ ନେବା ସମୟରେ ଗୁଳି ମରାଯାଇଥିଲା । ପରେ ୩ ଅଭିଯୁକ୍ତ ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ ।