ମୁଖମନ୍ତ୍ରୀ ହେବା ପରେ ଖଡ଼ଗେଙ୍କୁ ଭେଟିଲେ ସୁଖୁ

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତିି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଦେଶ ଅଧ୍ୟକ୍ଷା ପ୍ରତିଭା ସିଂହ ଓ ୪୦ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ପ୍ରଭାରୀ ରାଜବୀ ଶୁକ୍ଳା ସମସ୍ତ ବିଧାୟକଙ୍କ ସହ ଖଡଗେଙ୍କର ପରିଚୟ କରାଇଥିଲେ ।

ଖଡଗେଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି ଯେ, ହିମାଚଳବାସୀଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ । ପୁରୁଣା ପେନସନ ସ୍କିମ ପ୍ରଥମ କ୍ୟାବିନେଟରେ ହିଁ ଲାଗୁ କରାଯିବ ।

ସୂଚନାଯୋଗ୍ୟ, ପାର୍ଟିକୁ ଏକଜୁଟ ରଖିବା ପାଇଁ ହିମାଚଳ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପ୍ରଦେଶ ଅଧ୍ୟକ୍ଷ ଓ ସମସ୍ତ ୪୦ ବିଧାୟକ ଦିଲ୍ଲୀରୁ ଭାରତ ଯୋଡୋ ଯାତ୍ରା ଅଭିମୁଖେ ଗସ୍ତ କରିଛନ୍ତି । ସମସ୍ତ ବିଧାୟକଙ୍କୁ ଦିଲ୍ଲୀରୁ ଗୋଟିଏ ବସରେ ହିଁ ନିଆଯାଇଛି । ଯାତ୍ରାରୁ ଫେରି ସୁଖୁ ୨-୩ ଦିନ ଦିଲ୍ଲୀରେ ରହିବେ । ଏହି ସମୟରେ ମୋଦୀଙ୍କୁ ଭେଟିବା ପାଇଁ ମଧ୍ୟ ସୁଖୁ ସମୟ ମାଗିଥିବା ଜଣାପଡ଼ିଛି ।