ରାଜ୍ୟରେ ଦୈନିକ କରୋନା ସଂକ୍ରମଣରେ ଦୃଦ ହ୍ରାସ ଗତ ୨୪ ଘଣ୍ଟାରେ ୧୯୯୩ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦୀର୍ଘ ଦିନ ପରେ ଦୈନିକ କରୋନା ସଂକ୍ରମଣ ମାମଲା ୨ ହଜାରରୁ ତଳକୁ ଖସିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୯୯୩ ସଂକମିଙ୍କ ମଧ୍ୟରୁ ୧୧୫୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୩୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୫୮, ବାଲେଶ୍ୱରରୁ ୧୮୧, ବରଗଡ଼ରୁ ୧୯, ଭଦ୍ରକରୁ ୮୬, ବଲାଙ୍ଗିରରୁ ୧୩, ବୌଦ୍ଧରୁ ୧୦, କଟକରୁ ୨୯୭ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୫, ଢେଙ୍କାନାଳରୁ ୪୪, ଗଜପତିରୁ ୫, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୮୯, ଯାଜପୁରରୁ ୧୪୧, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୮, କନ୍ଧମାଳରୁ ୧୩, କେନ୍ଦ୍ରାପଡାରୁ ୨୯, କେନ୍ଦୁଝରରୁ ୩୫ ଏବଂ ଖୋର୍ଦ୍ଧାରୁ ସର୍ବାଧିକ ୩୨୨ ଜଣଙ୍କୁ ଚିହ୍ନଟ କରାଯାଇଛି।

ରାଜ୍ୟର କୋରାପୁଟରୁ ୩୧, ମାଲକାନଗିରିରୁ ୪୨, ମୟୂରଭଞ୍ଜରୁ ୧୧୦, ନବରଙ୍ଗପୁରରୁ ୧୫, ନୟାଗଡରୁ ୭୮, ନୂଆପଡାରୁ ୬, ପୁରୀରୁ ୧୪୪, ରାୟଗଡାରୁ ୨୪, ସମ୍ବଲପୁରରୁ ୧୪, ସୋନପୁରରୁ ୧୭, ସୁନ୍ଦରଗଡରୁ ୭୫ ଏବଂ ଷ୍ଟେଟପୁଲରୁ ୫୯ ଜଣଙ୍କୁ ଚିହ୍ନଟ କରାଯାଇଛି।

ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ୯,୪୧,୭୪୫ ରେ ପହଞ୍ଚିଥିବା ବେଳେ ୨୪ ହଜାର ୫୬୭ ଜଣ ସକ୍ରି ସଂକ୍ରମିତ ରହିଛନ୍ତି।