୨୭ରେ ହେବ ଏଏସଓ ପରୀକ୍ଷା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ବନ୍ୟା ଯୋଗୁ ଘୁଞ୍ଚିଥିବା ଏଏସଓ ପରୀକ୍ଷା ୨୭ରେ ହେବ । ପରୀକ୍ଷା ହେବା ନେଇ ଓପିଏସସି ଅଧ୍ୟକ୍ଷ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଏହି କ୍ରମରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଜେନେରାଲ ଆୱାରନେସ, ୧୧ଟା ୩୦ରୁ ଦିନ ୧ଟା ପର୍ଯ୍ୟନ୍ତ ରିଜୋନିଂ ଓ ମ୍ୟାଥମେଟିକ୍ସ, ଦିନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଇଂରାଜୀ ଓ ଓଡ଼ିଆ ଭାଷା ପରୀକ୍ଷା ହେବ ।

ସୂଚନାଯୋଗ୍ୟ, ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ପରିଚାଳିତ ଏଏସଓ ପରୀକ୍ଷା ୨୧ରେ ହେବାକୁ ଥିବାବେଳେ ଏବେ ୨୭ରେ ହେବ ।