ଯୁକ୍ତ ୨ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ, ମନମୁଖି କାର୍ଯ୍ୟକୁ ବିରୋଧ କରି ଘେରିଲେ ସିଏଚଏସଇ କାର୍ଯ୍ୟାଳୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯୁକ୍ତ୨ ଫଳ ପ୍ରକାଶ ପରେ ଅସନ୍ତୋଷ ଛାତ୍ରଛାତ୍ରୀ ଘେରିଲେ ସିଏଚଏସଇ କାର୍ଯ୍ୟାଳୟ। ସିଏଚଏସଇର କୌଣସି ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ମନ ଇଚ୍ଛା ମାର୍କ ଦେଇ ଫେଲ୍ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ।

ଗତବର୍ଷ ଯୁକ୍ତ ଦୁଇରେ କୌଣସି ପରୀକ୍ଷା ଦେଇନଥିବା ପିଲାମାନେ ଦଶମ ଶ୍ରେଣୀ ଆଧାରରେ ଯୁକ୍ତ ଦୁଇ ମାର୍କ ଦେବାକୁ ଦାବି କରିଛନ୍ତି। ସିଏଚଏସଇ ମନ ଇଚ୍ଛା ମାର୍କ ଦେଇ କାହାକୁ ଫେଲ୍ କରିଛି ତ କାହାର ମାର୍କ ଉଇଥହେଲ୍ଡ କରିଛି। ଏନେଇ ଛାତ୍ରଛାତ୍ରୀମାନେ ପରୀକ୍ଷା ନିୟନ୍ତ୍ରକଙ୍କୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଛାତ୍ରଛାତ୍ରୀ ଓ ଅଭିଭାବ ଅଭିଯୋଗ କରିଛନ୍ତି। ସିଏଚଏସଇ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି ଛାତ୍ରଛାତ୍ରୀ।