ଏସଟିଏଫ ପଞ୍ଝାରେ ଧଳାଜହର ବେପାରୀ: ୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁଣି ଏସଟିଏଫ ପଞ୍ଝାରେ ଧଳାଜହର ବେପାରୀ। ୨ କେଜି ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ଏହି ବ୍ରାଉନସୁଗାର ଜବତ ହୋଇଛି। ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ବେପାରୀ ଗିରଫ ହୋଇଛନ୍ତି।

ଜଳେଶ୍ୱରର ମମତାଜ ଖାନ, ଜଗତସିଂହପୁରର ଉଦୟନାଥ ରଥ, କଟକ ୪୨ ମୌଜାର ପ୍ରଦୀପ ଦାସ ଗିରଫ ହୋଇଛନ୍ତି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ କୋଟି ୪ ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।