ମନ୍ତ୍ରୀ ଅରୁଣ ସାହୁଙ୍କ ଘରକୁ ଛାତ୍ର କଂଗ୍ରେସର ଟମାଟୋ ମାଡ଼

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଛାତ୍ର କଂଗ୍ରେସ ପକ୍ଷରୁ ଟମାଟୋ ମାଡ଼ କରାଯାଇଛି । ଫେକ୍ ସାର୍ଟିଫିକେଟ ଆଡମିସନ ସହ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ କଟକଣାକୁ ମଧ୍ୟ ବିରୋଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ମନ୍ତ୍ରୀ ଇସ୍ତଫା ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ବଢ଼ି ଚାଲିବ ବୋଲି କୁହାଯାଇଛି ।