ଜୁନ ୬ରୁ ୧୬ ସ୍କୁଲରେ ଖରାଛୁଟି ଘୋଷଣା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପାଠପଢ଼ାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସ୍କୁଲରେ ଖରାଛୁଟି କାଟଛାଣ୍ଟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ଜୁନ ୬ରୁ ୧୬ ଅର୍ଥାତ ୧୦ ଦିନ ପାଇଁ ସ୍କୁଲ ବନ୍ଦ ରହିବ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ ସକାଳୁଆ ଚାଲୁ ରହିବ ।

ସୂଚନାଯୋଗ୍ୟ, ମେ’ ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏଁ ସ୍କୁଲ ଚାଲିବ । ଏପ୍ରିଲ ୨୦ ମଧ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ସରିବ । ଏପ୍ରିଲ ୨୦ରୁ ୩୦ ପ୍ରଥମରୁ ନବମ ନୂଆ ଆଡମିଶନ ଓ ରି-ଆଡମିଶନ ହେବ ବୋଲି ଜଣାପଡ଼ିଛି ।